ଉତ୍କଳ ଦିବସ : ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ସ୍ୱତନ୍ତ୍ର ଓଡିଶା ଗଠନର ବରେଣ୍ୟ ସାଧକଙ୍କୁ ସମ୍ମାନ ଜଣାଇଛନ୍ତି…

ଭୁବନେଶ୍ୱର : ଆଜି ହେଉଛି ଉତ୍କଳ ଦିବସ। ଏହି ଅବସରରେ ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡିଶାକୁ ସମୃଦ୍ଧ ରାଜ୍ୟ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି।

ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱତନ୍ତ୍ର ଓଡିଶା ଗଠନର ବରେଣ୍ୟ ସାଧକଙ୍କୁ ସମ୍ମାନ ଜଣାଇଛନ୍ତି। ଓଡିଆ ଜାତିର ଅସ୍ମିତା ଓ ସ୍ୱାଭିମାନକୁ ବଜାୟ ରଖିବା। ନୂଆ, ଉଚ୍ଚାଂକ୍ଷୀ ଓଡିଶା ଗଠନ ଦିଗରେ ସଂକଳ୍ପବଦ୍ଧ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।