ସହରୀ ଗ୍ୟାସ ବିତରଣ ନେଟୱାର୍କର ପ୍ରଗତିକୁ ପ୍ରଶଂସା କରଛନ୍ତି ପ୍ରଧାନମନ୍ତ୍ରୀ

ଏହି ଅର୍ନ୍ତଭୁକ୍ତିକୁ ସଫଳ କରିବା ପାଇଁ….

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେହି ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ଯେଉଁମାନେ ସହରୀ ଗ୍ୟାସ ବିତରଣ ନେଟୱାର୍କର ପ୍ରଗତିରେ ସାମିଲ ଅଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଏକ ଟୁଇଟରେ ସୂଚନା ଦେଇଛନ୍ତି ଯେ ସୁବିଧାଜନକ ତଥା ସୁଲଭ ଇନ୍ଧନ ଯୋଗାଇବା ପାଇଁ ସହରୀ ଗ୍ୟାସ ବିତରଣ ନେଟୱାର୍କ ବ୍ୟାପକ ପଦକ୍ଷେପ ନେଇଛି । ୨୦୧୪ ରେ କେବଳ ୬୬ ଟି ଜିଲ୍ଲାରୁ ସିଜିଡି ନେଟୱାର୍କ ୨୦୨୩ ରେ ୬୩୦ ଜିଲ୍ଲାକୁ ସାମିଲ କରିଛି; ଘରୋଇ ପିଏନଜି ସଂଯୋଗ ସଂଖ୍ୟା ୨୦୧୪ ରେ ମାତ୍ର ୨୫.୪୦ ଲକ୍ଷ ଥିବାବେଳେ ବର୍ତ୍ତମାନ ୧୦୩.୯୩ ଲକ୍ଷ ହୋଇଛି ।

କେନ୍ଦ୍ର ମନ୍ତ୍ରୀଙ୍କ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;

“ଏଗୁଡିକ ଭଲ ସଂଖ୍ୟା । ମୁଁ ଏହି ସମସ୍ତଙ୍କୁ ପ୍ରଶଂସା କରେ ଯେଉଁମାନେ ଏହି ଅର୍ନ୍ତଭୁକ୍ତିକୁ ସଫଳ କରିବା ପାଇଁ ବର୍ଷ ବର୍ଷ ଧରି ପରିଶ୍ରମ କରିଥିଲେ ।”