ଭୁବନେଶ୍ୱର (ଏସ ନ୍ୟୁଜ ) : ଦୀପ ଦୋକାନ ଉପରେ କଟକଣା ଜାରିକଲା କଲା ଭୁବନେଶ୍ୱର ବିଏମ୍ସି । କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ କହିବା ଅନୁସାରେ, ବାଣ ବିକ୍ରି ଏବଂ ବାଣ ଫୁଟାଇବା ବ୍ୟାନ କରିଛନ୍ତି ରାଜ୍ୟ ସରକାର। ତେବେ ଦୀପାବଳି ପାଇଁ ଅସ୍ଥାୟୀ ଦୋକାନୀ ଦୀପ ବିକ୍ରି କରିଥାନ୍ତି। ଭିଡ଼ ଏଡ଼ାଇବାକୁ ରାସ୍ତା କଡ଼ରେ ଅସ୍ଥାୟୀ ଦୀପ ଦୋକାନ ଖୋଲିବାକୁ ବାରଣ କରାଯାଇଛି। ଦୀପ ଦୋକାନ ପାଇଁ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ କରାଯିବ। ସେଥିପାଇଁ ଅନୁମତି ନେଇ ଖୋଲିବେ। ପୂର୍ବରୁ ରହିଥିବା ଦୋକାନ ସାମାଜିକ ଦୂରତ୍ୱ ରଖି ବିକ୍ରି କରିପାରିବେ ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।
ଶୀତ ଦିନରେ କରୋନା କାୟା ବିସ୍ତାର କରିବ ବୋଲି ବିଶେଷଜ୍ଞ କହିଛନ୍ତି। ବିଶେଷ କରି ଦୀପାଳବିରେ ବାଣ ଫୁଟିଲେ ବାୟୁମଣ୍ଡଳରେ ପ୍ରଦୂଷଣ ବଢ଼ିବ। ଯାହାଫଳରେ କରୋନା ଆକ୍ରାନ୍ତ ବ୍ୟକ୍ତିମାନେ ନିଶ୍ୱାସ ନେବାରେ ସମସ୍ୟାରେ ପଡ଼ିବେ। ଏହାକୁ ଦେଖି ରାଜ୍ୟ ସରକାର ବାଣ ଫୁଟାଇବା ଉପରେ ରୋକ ଲଗାଇଛନ୍ତି।