ପାଟନା: ଗଙ୍ଗାନଦୀରେ ୧୦୦ରୁ ଅଧିକ ଲୋକେ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡ଼ିଛି। ବିହାରର ଭାଗଲପୁର ଗଙ୍ଗାନଦୀରେ ଏଭଳି ଅଘଟଣ ଘଟିଛି । ସେଥିରେ କିଛି ମହିଳା ଓ ଶିଶୁ ମଧ୍ୟ ଥିଲେ। ଏପର୍ଯ୍ୟନ୍ତ ୧୧ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତଦେହ ମିଳିଥିବା ଜଣାପଡ଼ିଛି। ଉଦ୍ଧାର କରାଯାଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେବି ଏକାଧିକ ନିଖୋଜ ଅଛନ୍ତି। ସୂଚନା ପାଇ ସ୍ଥାନୀୟ ପ୍ରଶାସନ ଓ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।
ସୂଚନା ଅନୁସାରେ, ଗୁରୁବାର ସକାଳେ ତିନଟଙ୍ଗାରୁ ଏକ ଡଙ୍ଗା କିଛି ଲୋକଙ୍କୁ ନେଇ ଦିୟାରା ଅଭିମୁଖେ ବାହାରିଥିଲେ। ତେବେ ଡଙ୍ଗାଟି ଯେତେବେଳେ ନଦୀର ମଝିରେ ପହଞ୍ଚିଲା, ସେତେବେଳେ ଜୋରରେ ପବନ ବୋହିଥିଲା ଏବଂ ଭଅଁର ଭିତରେ ଫସିଯାଇଥିଲା। ଯାହା ଫଳରେ ଡଙ୍ଗାଟି ଓଲଟି ଯାଇଥିଲା।