ତ୍ୱଚା ପାଇଁ ଆପଣାନ୍ତୁ ଏହି ଟିପ୍ସ

ସୁନ୍ଦର ଦେଖାଯିବା ପାଇଁ ତଥା ମୁହଁର ତ୍ୱଚାକୁ ସର୍ବଦା….

ମୁହଁର ତ୍ୱଚାକୁ ନେଇ ପ୍ରାୟ ସମସ୍ତେ ଚିନ୍ତାରେ ରହନ୍ତି, ବିଶେଷ କରି ମହିଳାମାନେ। ସେଥିପାଇଁ ସେମାନେ ମୁହଁରେ ବିଭିନ୍ନ ପ୍ରକାର ଫେସିଆଲ୍‌ ଓ ଟ୍ରିଟ୍‌ମେଣ୍ଟ କରିଥା’ନ୍ତି। ତେବେ ସୁନ୍ଦର ଦେଖାଯିବା ପାଇଁ ତଥା ମୁହଁର ତ୍ୱଚାକୁ ସର୍ବଦା ସଫା ଓ ସୁସ୍ଥ ରଖିବା ପାଇଁ ସବୁବେଳେ ପାର୍ଲର ଯିବାର ଆବଶ୍ୟକତା ନାହିଁ।

ଯେଉଁ କାମ ପାର୍ଲରେ ହୋଇଥାଏ, ତାହା ଆପଣ ଘରେ ବି କରିପାରିବେ। ଆପଣ ଘରେ ସହଜରେ ପୋଦିନା ପତ୍ର ଓ ଗୋଲାପ ଜଳର ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାଇ ପାରିବେ। ଏହି ଫେସ୍‌ ପ୍ୟାକ୍‌ ଉପଯୋଗ କରି ଆପଣ ଡ୍ରାଏ ସ୍କିନ୍‌ ଓ ଡେଡ୍‌ ସ୍କିନ୍‌ ସମସ୍ୟାରୁ ରକ୍ଷା ପାଇପାରିବେ।

ଏଥିପାଇଁ ପ୍ରଥମେ ପୋଦିନା ପତ୍ର, ଗ୍ଲିସେରିନ୍‌ ଓ ଗୋଲାପ ଜଳ ନିଅନ୍ତୁ। ପୋଦିନା ପତ୍ରକୁ ଭଲ ଭାବେ ଧୋଇ ଗ୍ରାଇଣ୍ଡ କରି ଦିଅନ୍ତୁ। ଗ୍ରାଇଣ୍ଡ କରିବା ସମୟରେ ହିଁ ଏଥିରେ ଗୋଲାପ ଜଳ ପକାନ୍ତୁ।

ପରେ ଏଥିରେ ୨ ବୁନ୍ଦା ଗ୍ଲିସେରିନ୍‌ ପକାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୩୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ପରେ ଧୋଇ ଦିଅନ୍ତୁ।