ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜବଲପୁର- ଗୋଁଦିୟା- ଜବଲପୁର ମଧ୍ୟରେ ଚାଲିବାକୁ ଥିବା ନୂତନ ଯାତ୍ରୀବାହୀ ରେଳ ପାଇଁ ଗୋଁଦିୟା ବାସିନ୍ଦାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସୁନୀଲ ମେନ୍ଧେଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ହାର୍ଦ୍ଦିକ ଶୁଭକାମନା! ଜବଲପୁର ଓ ଗୋଁଦିୟା ମଧ୍ୟରେ ଏହି ନୂଆ ଟ୍ରେନ ଏକ ବଡ ଉପହାର, ଯାହାଦ୍ୱାରା ଲୋକଙ୍କ ଯାତ୍ରା ସୁରକ୍ଷିତ ଓ ସୁବିଧାଜନକ ହେବ ।”