ହାଇଦ୍ରାବାଦ୍‌କୁ ହରାଇଲା ସୁପରକିଙ୍ଗ୍‌ସକ

ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ପ୍ରଥମେ ବୋଲରଙ୍କ ଶୃଙ୍ଖଳିତ…

ଚେନ୍ନାଇ: ଶୁକ୍ରବାର ଏମ୍‌.ଏ ଚିଦାମ୍ବରମ ଷ୍ଟାଡ଼ିୟମ ଚେପକ୍‌ରେ ଖେଳାଯାଇଥିବା ୨୯ତମ ମ୍ୟାଚରେ ଚେନ୍ନଇ ୭ ୱିକେଟରେ ସନରାଇଜର୍ସକୁ ପରାସ୍ତ କରିଛି। ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ପ୍ରଥମେ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁଁ ହାଇଦ୍ରାବାଦ ପାଳିକୁ ୧୩୪/୭ରେ ସୀମିତ ରଖିବା ପରେ ଡେଭନ କନୱେ ଓ ଋତୁରାଜ ଗାଏକ୍ବାଡଙ୍କ ୮୭ ରନ୍‌ର ଭାଗୀଦାରି ଦଳ ବିଜୟକୁ ସହଜ କରିଦେଇଥିଲା।

ଶେଷରେ କନ୍‌ୱେଙ୍କ ୫୭ ବଲ୍‌ରୁ ଅପରାଜିତ ୭୭ ରନ୍‌ ବଳରେ ଚେନ୍ନାଇ ୧୮.୪ ଓଭରରେ ୩ ୱିକେଟ୍‌ ବିନିମୟରେ ମ୍ୟାଚ୍‌ ଜିତି ନେଇଥିଲା। ଗାଏକ୍ବାଡ଼-କନ୍‌ୱେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳୁଥିଲା ବେଳେ ପାୱାରପ୍ଲେ ମଧ୍ୟରେ ୧୦.୦୦ ହାରରେ ରନ୍ ସଂଗ୍ରହ କରିଥିଲେ।