ହାଇଦ୍ରାବାଦ୍ : ପ୍ରଥମ ୫ଟି ମ୍ୟାଚ୍ ହାରିବା ପରେ ଆଇପିଏଲ୍ରେ କ୍ରମାଗତ ୨ୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ସନ୍ରାଇଜର୍ସ ହାଇଦରାବାଦକୁ ୭ ରନ୍ରେ ଦିଲ୍ଲୀ ପରାସ୍ତ କରିଛି।
ବ୍ୟାଟିଂ ବିପର୍ଯ୍ୟୟ ପରେ ମନୀଷ ପାଣ୍ଡେ ଓ ଅକ୍ଷର ପଟେଲ ୩୪ ରନ୍ ଲେଖାଏଁ କରିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟରେ ୧୪୪ ରନ୍ କରିଥିଲା। ପରେ ସନ୍ରାଇଜର୍ସ ପାଇଁ ମୟଙ୍କ ଅଗ୍ରୱାଲଙ୍କୁ ଛାଡ଼ି ଅନ୍ୟ ସମସ୍ତେ ବିଫଳ ହେବାରୁ ଏହା ୭ ୱିକେଟରେ ୧୩୭ ରନ୍ କରି ପାରିଥିଲା। ସନ୍ରାଇଜର୍ସ କ୍ରମାଗତ ୩ୟ ପରାଜୟ ଭୋଗିଛି। ୭ମ ମ୍ୟାଚ୍ରେ ୫ମ ପରାଜୟ ଭୋଗି ସନ୍ରାଇଜର୍ସ ୯ମ ସ୍ଥାନରେ ରହିଛି।