ଗରମ ପାଣି ପିଇବାର ଫାଇଦା ଜାଣନ୍ତୁ…

ଯଦି ଆପଣ ସୁସ୍ଥ ରହିବାକୁ ଚାହାନ୍ତି, ତେବେ ପ୍ରତିଦିନ ସକାଳୁ ଉଠି ଗରମ ପାଣି ପିଅନ୍ତୁ । ଆଜି ବି ବହୁ ଲୋକ ସକାଳୁ ଉଠି ଗରମ ପାଣି ପିଉଛନ୍ତି, କିନ୍ତୁ କିଛି ଲୋକଙ୍କୁ ଏଥିରେ ଥିବା ଫାଇଦା ବିଷୟରେ ଜଣାନାହିଁ ।

ସକାଳୁ ଉଠି ଗରମ ପାଣି ପିଇବା ଦ୍ୱାରା ହଜମ ପ୍ରକିୟା ଭଲ ରହିଥାଏ, ଫଳରେ ଖୁବଶୀଘ୍ର ରୋଗ ଆପଣଙ୍କୁ  ହୋଇନଥାଏ । ପେଟକୁ ସଫା ରଖିବା ସହ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ ।

ଗରମ ପାଣି ପିଇବା ଦ୍ୱାରା ଗଣ୍ଠି ମଜଭୁତ୍ ହୁଏ ଓ ଗଣ୍ଠି ଦରଜ କମିଥାଏ । ସେହିପରି ଥଣ୍ଡା ଓ ଗଳା ଜନିତ ସମସ୍ୟା ଭଲ ହୋଇଥାଏ ।