ଠିକାଦାରଙ୍କଠାରୁ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ

କଟକ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଡ଼ମ୍ବା ବ୍ଲକ କନିଷ୍ଠ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା। ସେ ବିଲ୍ ପାସ କରିବା ପାଇଁ ଜଣେ ଠିକାଦାରଙ୍କଠୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିବା ଜଣାଯାଇଛି। କନିଷ୍ଠ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା ନିଜର ସରକାରୀ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।

ବାଉରୀବନ୍ଧୁ ପରିଡ଼ା ପ୍ରତିଟି କାର୍ଯ୍ୟରେ ଲାଞ୍ଚ ନେଉଥିବା ପୂର୍ବରୁ ଅଭିଯୋଗ ହେଉଥିଲା। ସମ୍ପୃକ୍ତ ଅଧିକାରୀ ଜଣକ ବଡ଼ମ୍ବା ବ୍ଳକରେ ୫ଟି ପଞ୍ଚାୟତ ଦାୟିତ୍ବରେ ଥିଲେ। ମୁଗଗହିରୀ ପଞ୍ଚାୟତର ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀ ତାଙ୍କୁ ପଚରାଉଚରା ଚଳାଇଥିବା ଜଣାପଡ଼ିଛି।