ସିଡନୀ ଠାରେ ପରବର୍ତ୍ତୀ କ୍ୱାଡ ଶିଖର ସମ୍ମିଳନୀ ଆୟୋଜନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆର ସିଡନୀ ଠାରେ ପରବର୍ତ୍ତୀ କ୍ୱାଡ ଶିଖର ସମ୍ମିଳନୀ ଆୟୋଜନ ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ସିଡନୀ ଠାରେ ପରବର୍ତ୍ତୀ କ୍ୱାଡ ଶିଖର ସମ୍ମିଳନୀ ଆୟୋଜନ ପାଇଁ ଧନ୍ୟବାଦ @AlboMP, ଯାହା ମୁକ୍ତ, ଅବାଧ ଓ ବ୍ୟାପକ ଇଣ୍ଡୋ-ପାସିଫିକ ସୁନିଶ୍ଚିତ କରିବାରେ ଆମ ଉଦ୍ୟମକୁ ପ୍ରୋତ୍ସାହିତ କରିବ ।

ମୁଁ ନିଜର ଗସ୍ତ ତଥା ଆମ ସକାରାତ୍ମକ ଏଜେଣ୍ଡାଗୁଡିକୁ ଆଗେଇ ନେବା ପାଇଁ ବିଭିନ୍ନ କ୍ଷେତ୍ରରେ କ୍ୱାଡ ସହଯୋଗ ମଜବୁତ କରିବାକୁ ଆଲୋଚନା ପାଇଁ ଆଗ୍ରହୀ ।”