ପାଟନା: ବିହାର ନିର୍ବାଚନର ଆଜି ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଏହି ପର୍ଯ୍ୟାୟରେ ୧୯ଟି ଜିଲ୍ଲାର ୭୮ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ୭୮ଟି ଆସନ ପାଇଁ ୧,୨୦୪ ଜଣ ପ୍ରାର୍ଥୀ ଛିଡା ହୋଇଛନ୍ତି । ଏହି ପର୍ଯ୍ୟାୟରେ ୨.୩୪ କୋଟି ଭୋଟର ଥିବା ବେଳେ ସକାଳ ୯ଟା ସୁଦ୍ଧା ୭.୭୦% ଭୋଟ୍ ପଡ଼ିଥିଲା। ସେହିଭଳି ୧୦ଟା ସୁଦ୍ଧା ଭୋଟ୍ ହାର ୮.୧୩% ରହିଥିଲା।

୭୮ଟି ବିଧାନସଭା ଆସନ ସହିତ ବାଲ୍ମିକୀ ନଗର ଲୋକସଭା ଆସନ ପାଇଁ ମଧ୍ୟ ଭୋଟ୍ ଗ୍ରହଣ ହେଉଛି। ଜେଡିୟୁ ସାଂସଦ ବୈଦ୍ୟନାଥ ମାହାତୋଙ୍କ ପରଲୋକ ପରେ ଏହି ଆସନରେ ଉପ-ନିର୍ବାଚନ କରାଯାଉଛି। ସୂଚନାଯୋଗ୍ୟ, ବିହାର ବିଧାନସଭାରେ ମୋଟ ୨୪୩ଟି ଆସନ ରହିଛି। ନଭେମ୍ବର ୧୦ ତାରିଖରେ ଭୋଟ୍ ଗଣତି ହେବ।
ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଏକ ନୂଆ ରେକର୍ଡ ସ୍ଥାପନ କରିବାକୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟର ମାନଙ୍କୁ ଅପିଲ୍ କରିଥିଲେ।