ଭୁବନେଶ୍ୱର : ଦୀର୍ଘ ଦିନର ଥିବା ଅପେକ୍ଷାର ହେଲା ଅନ୍ତ । ଓଡିଶାରେ ଗଡ଼ିବ ବନ୍ଦେ ଭାରତ ଟ୍ରେନ୍ । ମେ ୧୫ରୁ ଗଡ଼ିବ ବନ୍ଦେ ଭାରତ ଟ୍ରେନ୍ । ପୁରୀରୁ ହାଓ୍ୱଡ଼ା ଚାଲିବ ବନ୍ଦେ ଭାରତ ଟ୍ରେନ୍ । ପୂର୍ବରୁ ବନ୍ଦେ ଭାରତ ଟ୍ରେନ୍ର ସରିଛି ଟ୍ରାଏଲ୍ ରନ୍ ।
ଆହୁରି ପଢ଼ନ୍ତୁ...
ଗତ ୨୮ ତାରିଖରେ ହାଓ୍ୱାଡା-ପୁରୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରାଏଲ ରନ୍ ହୋଇଥିଲା । ସେହିଦିନ ସକାଳ ୬ଟା ୧୦ ମିନିଟ୍ରେ ହାଓ୍ୱଡାରୁ ଯାତ୍ରା ଆରମ୍ଭ କରିଥିଲା ଟ୍ରେନ୍ । ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକରେ ୨ ମିନିଟ ଲେଖାଏଁ ରହିଥିଲା । ଏହା ପରେ ଭୁବନେଶ୍ବର, ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହି ପୁରୀରେ ମଧ୍ୟାହ୍ନରେ ପହଞ୍ଚିଥିଲା ଟ୍ରେନ୍ ।