ନୂଆଦିଲ୍ଲୀ : ଟ୍ରିବ୍ୟୁନାଲରେ ଶନିବାର ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ହୋଇଛି । ଛତିଶଗଡର ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି ଓଡିଶା । ମୂଳ ମାମଲା ସମାଧାନ ପାଇଁ ଦୁଇ ପକ୍ଷଙ୍କୁ ସମୟ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ । ଦୁଇ ପକ୍ଷ କମନ ଇନଫର୍ମେସନ ଫର୍ମାଟ୍ ଉପରେ ଆଲୋଚନା ପାଇଁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଛନ୍ତି । ଡିସେମ୍ବର ୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।