ପୁରୀ: ସି ଭ୍ୟୁ ଇନ୍ ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବା ବେଳେ ପୁଲିସର ଚଢ଼ାଉ । ଅନୈତିକ କାରବାର ଚାଲୁଥିବା ନେଇ ଖବର ମିଳିବା ପରେ ଆଜି ଭୋର ସମୟରେ ବଳିଆପଣ୍ଡା ଥାନା ପୁଲିସ ହୋଟେଲ ଉପରେ ଚଢ଼ଉ କରିଥିବା ଜଣାପଡ଼ିଛି। ଚଢ଼ାଉ ପରେ ହୋଟେଲକୁ ଲିଜରେ ନେଇଥିବା ସପନ ଦତ୍ତଙ୍କ ସହ ଦୁଇ ଗ୍ରାହକଙ୍କୁ ଗିରଫ କରିଛି ପୁଲିସ । ଏହା ସହ ୫ ଦେହଜୀବୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି।
ଗିରଫ ହୋଇଥିବା ଦୁଇ ଗ୍ରାହକଙ୍କ ମଧ୍ୟରୁ ଜଣେ ନିମାପଡ଼ା ଅଂଚଳର ଏବଂ ଅନ୍ୟ ଜଣେ ଏରସମାର ବୋଲି ଜଣା ପଡ଼ିଛି। ଗିରଫ ପରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରିଛି ପୁଲିସ।