ଏମିତି ଅନେକ ପତ୍ର ଅଛି ଯାହାକୁ ଆମେ ଖାଇବାରେ ବ୍ୟବହାର କରିିଥାଉ। ସେଥିମଧ୍ୟରୁ ପୋଦିନା ପତ୍ର ଅନ୍ୟତମ। ଏହାକୁୁ ଚଟଣି ସହ ସାଲାଡ୍, ରାଇତା ଓ ବିରିଆନି ଆଦି ଖାଦ୍ୟରେ ଆଗ ଖୋଜା ପଡ଼େ।
ଏହାର ବାସ୍ନା ସହ ସ୍ବାଦ ନିଶ୍ଚିତ ଭାବେ ନିଆରା। ପେଟର ବିଭିନ୍ନ ସମସ୍ୟାକୁ ଠିକ୍ କରୁଥିବା ଏହି ଉପକାରୀ ଉଦ୍ଭିଦର ଅନେକ ଔଷଧୀୟ ଗୁଣ ରହିଛି। ପୋଦିନା ଆଣ୍ଟିବାୟୋଟିକ୍ ଔଷଧର କାର୍ଯ୍ୟ ତୁଲାଇବା ସହ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ।
ଥଣ୍ଡା ରୋଗରେ ନିୟମିତ ପୀଡ଼ିତ ହେଉଥିଲେ ପୋଦିନା ରସରେ ଗୋଲମରିଚ ଏବଂ ବିଟ୍ଲୁଣ ପକାଇ ତାକୁ ଚା’ ଭଳି ଫୁଟାଇ ପିଇବା ଦ୍ୱାରା ଏହି ରୋଗରୁ ଆରୋଗ୍ୟ ମିଳିଥାଏ। ଆପଣଙ୍କୁ ଯଦି ବାରମ୍ବାର ହାକୁଟି ଆସୁଥାଏ ତ ଏହାର ପତ୍ରକୁ ଚୋବାଇ ଖାଇବା ଦ୍ବାରା ହାକୁଟିକୁ ନିୟନ୍ତ୍ରଣ କରାଯାଇପାରେ। ମହିଳାଙ୍କ ମାସିକଧର୍ମରେ ଅନିୟମିତତା ଦେଖାଦେଲେ ପୋଦିନାର ଶୁଖିଲାପତ୍ରକୁ ଗୁଣ୍ଡ କରି ଏହି ଗୁଣ୍ଡକୁ ଦିନକୁ ଦୁଇଥର ମହୁ ସହ ମିଶାଇ ପଇବା ଦ୍ବାରା ସମସ୍ୟା ଦୂର ହୋଇଥାଏ।