ଶ୍ରୀମନ୍ଦିରର ୮ଟି ଦ୍ୱାରରେ ହେବ ରୂପା ଛାଉଣୀ

ପୁରୀ (ଏସ ନ୍ୟୁଜ ) : ଶ୍ରୀମନ୍ଦିରର ୮ଟି ଦ୍ୱାରରେ ରୂପା ଛାଉଣୀ କରାଯିବ । ଏ ନେଇ ନୀଳାଦ୍ରି ଭକ୍ତ ନିବାସରେ ଅପରାହ୍ନ ୪ଟାରେ ଦ୍ଵିତୀୟ ବୈଠକ ବସିବ । ଗତମାସ ୨୭ ତାରିଖରେ ବସିଥିବା ବୈଠକରେ କାଠ ଡିଜାଇନ ଚୂଡାନ୍ତ ହୋଇଥିଲେ ହେଁ ରୂପା ଆସ୍ତରଣ ଡିଜାଇନ ଚୂଡାନ୍ତ ହୋଇନଥିଲା ।

ଉତ୍କଳୀୟ କଳାଶୈଳୀ ଆଧାରରେ ହେବ ଶ୍ରୀମନ୍ଦିରର ଦ୍ୱାର ନିର୍ମାଣ କାର୍ଯ୍ୟ। ପ୍ରଥମେ ପରୀକ୍ଷାମୂଳକ ଭାବେ ସାତପାହାଚ ଦ୍ଵାରରେ ରୂପା ଛାଉଣୀ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତାବର୍ଷ ରଥଯାତ୍ରା ସମୟରେ କଳାହାଟ, ଜୟବିଜୟ ଓ ବେହରଣ ଦ୍ଵାରକୁ ରୂପା ଛାଉଣୀ କରାଯିବ । ଏହାପରେ ମା’ ମହାଲକ୍ଷ୍ମୀ, ମା’ ବିମଳା, ନୃସିଂହ ମନ୍ଦିର ଭଳି ୧୧ଟି ଦ୍ଵାରକୁ ରୂପା ଛାଉଣୀ ପାଇଁ ପ୍ରଥମ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ବର୍ମାଟିକ୍ କାଠରେ ନିର୍ମାଣ ହେବ ଚାରି ଇଞ୍ଚ ମୋଟେଇର ଦ୍ୱାର ପ୍ରାୟ ୨.୫ ଟନ୍ ରୂପା ବ୍ୟବହାର ହେବ।