ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ରେଜଲ୍ଟ। ପୂର୍ବାହ୍ନ ୧୧ଟାରେ ରେଜଲ୍ଟ ପ୍ରକାଶ ପାଇବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼େଇ ଏବଂ ବିଭାଗୀୟ ସଚିବ ଉଷା ପାଢ଼ୀ ରାଜଭବନ ନିକଟସ୍ଥ ସରକାରୀ ଆଇଟିଆଇ ପରିସରରେ ବିଭାଗର ସମ୍ମିଳନୀ କକ୍ଷରେ ଫଳ ପୁସ୍ତିକା ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ WWW.OJEE.NIC.INରେ ନିଜର ପରୀକ୍ଷା ଫଳ ପାଇ ପାରିବେ ।