ଫିଟୁନି ଗୁମର: ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷିତ!

ପୁରୀ: ପ୍ରଭୁ ମହାବାହୁଙ୍କ ଇଛା ବିନା କିଛି ବି ସମ୍ଭବ ନୁହେଁ । ୮୬୧ ବର୍ଷ ପୁରୁଣା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ୩୯ ବର୍ଷ ଧରି ବନ୍ଦ ରହିଛି । ୧୯୮୪ ପରଠାରୁ ରତ୍ନଭଣ୍ଡାର ଖୋଲାଯାଇନି । ମନ୍ଦିର ସିନ୍ଦୁକରେ ୧୫୦ କିଲୋରୁ ଅଧିକ ସୁନା ଓ ୨୫୦ କିଲୋ ରୂପା ରହିଛି । ସୁନାଗହଣା ଓ ତହିଁରେ ଖଚିତ ପଥର ଓଜନ ପ୍ରାୟ ୧.୫୦ ଲକ୍ଷ ଗ୍ରାମ । ସେହିପରି ରୂପା ଅଳଙ୍କାର ଓ ତହିଁରେ ଖଚିତ ପଥର ୨.୫୦ ଲକ୍ଷ ଗ୍ରାମ।

ରତ୍ନଭଣ୍ଡାର ପ୍ରସଙ୍ଗରେ ପୁଣି ସରକାରଙ୍କୁ ଅକଳରେ ପକାଇଛନ୍ତି କଂଗ୍ରେସ ଓ ବିଜେପି । ଜୁଲାଇ ୧୦ ତାରିଖ ସୁଦ୍ଧା ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଗଚ୍ଛିତ ସଂପତି ସଂପର୍କରେ ବିସ୍ତାରିତ ବିବରଣୀ ଓଡ଼ିଶା ସରକାରଙ୍କଠାରୁ ତଲବ କରିଛନ୍ତି ହାଇକୋର୍ଟ । କଥା ଉଠୁଛି, ଜଗନ୍ନାଥ ମନ୍ଦିରରେ ଗଚ୍ଛିତ ସଂପତିର ବିବାଦୀୟ ପୃଷ୍ଠଭୂମି?

ରତ୍ନଭଣ୍ଡାରକୁ କେନ୍ଦ୍ର କରି ବିଜେପି ଓ କଂଗ୍ରେସ ମନରେ ଚାରିଟି ପ୍ରଶ୍ନ ଉଙ୍କି ମାରିଛି..

ପ୍ରଶ୍ନ ୧: ୩୯ ବର୍ଷ ଧରି ବନ୍ଦ ରହିଥିବା ରତ୍ନଭଣ୍ଡାରକୁ ସରକାର ଖୋଲୁନାହାନ୍ତି କାହିଁକି?

ପ୍ରଶ୍ନ ୨: ସରକାର କହୁଛନ୍ତି ଯେ ରତ୍ନଭଣ୍ଡାରର ଭିତର କକ୍ଷଟିର ଚାବି ନାହିଁ । ଏଭଳି ପରିସ୍ଥିତି ପାଇଁ କାହାକୁ ଦାୟୀ କରାଯିବ? କୁଆଡେ଼ ଗଲା ରତ୍ନଭଣ୍ଡାର ଚାବି?

ପ୍ରଶ୍ନ ୩: ସରକାର ଉକ୍ତ ମନ୍ଦିର ସଂପତିର ଅଡିଟ୍‌ କରୁନାହାନ୍ତି କାହିଁକି?

ପ୍ରଶ୍ନ ୪: ୫ ବର୍ଷ ତଳେ ନ୍ୟାୟିକ କମିଶନ ଓଡ଼ିଶା ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।