ମୁମ୍ୱାଇ: ରିପବ୍ଲିକ୍ ଟିଭିର ଆଉ ଜଣେ ଅଧିକାରୀଙ୍କୁ ଆଜି ମୁମ୍ବାଇ ପୋଲିସ ଗିରଫ କରିଛି । ଟିଆରପି ମାମଲାରେ ରିପବ୍ଲିକ୍ ଟିଭିର ଭାଇସ ପ୍ରେସିଡେଣ୍ଟ ଘନଶ୍ୟାମ ସିଂଙ୍କୁ ଗିରଫ କରିଛି ପୁଲିସ୍ ।
ମୁମ୍ୱାଇ ପୁଲିସ ଏବଂ ରିପବ୍ଲିକ୍ ଟିଭି ମଧ୍ୟରେ ବିବାଦ ଧୀରେ ଧୀରେ ବଢ଼ିବାରେ ଲାଗିଛି। କିଛିଦିନ ପୂର୍ବରୁ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୨୦୧୮ ମସିହା ଅନଭୟ ନାୟକ ଆତ୍ମହତ୍ୟା ମାମଲାରେ ଜେଲରେ ରଖାଯାଇଛି। । ଘନଶ୍ୟାମ ସିଂଙ୍କୁ ପୁଲିସ କୋର୍ଟରେ ହାଜର କରିଛି। ତେବେ କୋର୍ଟରେ ହାଜର କରିବା ବେଳେ ଘନଶ୍ୟାମଙ୍କ ମୁଣ୍ଡକୁ କଳା କପଡାରେ ଘୋଡ଼ାଇଛି ପୁଲିସ। ଯାହାକୁ ନେଇ ଆପତ୍ତି ଉଠାଇଛି ସଂପୃକ୍ତ ଚ୍ୟାନେଲ। ସାଧାରଣତଃ ଆତଙ୍କବାଦୀଙ୍କ କ୍ଷେତ୍ରରେ ଏଭଳି କଳା କପଡା ଲଗାଯାଏ।

ସୁଶାନ୍ତ ସିଂ ରାଜପୁତ, ଦିଶା ମୃତ୍ୟୁ, କଙ୍ଗନାଙ୍କ ଅଫିସ ଭାଙ୍ଗିବା ମାମଲା ଓ ପାଲଘରରେ ସାଧୁଙ୍କୁ ହତ୍ୟା ମମଲାରେ ରିପବ୍ଲିକ ଟିଭି ମୁମ୍ୱାଇ ପୁଲିସକୁ ଟାର୍ଗେଟ୍ କରିଥିଲା। ଏହାର ପରିଣାମ ସ୍ୱରୂପ ମୁମ୍ୱାଇ ପୁଲିସ ମିଛି ମାମଲା ଲଦି ରିପବ୍ଲିକ ଟିଭିକୁ ହଇରାଣ କରିବାକୁ ଚେଷ୍ଟା କରୁଛି ବୋଲି ରିପବ୍ଲିକ୍ ଟିଭି କହିଛି। ହଂସା ରିପୋର୍ଟରେ ଇଣ୍ଡିଆ ଟୁଡେ ନାଁ ରହିଥିବା ବେଳେ ପୁଲିସ ସେମାନଙ୍କୁ ପଚରାଉଚରା ନକରି ବାରମ୍ୱାର ରିପବ୍ଲିକ ଟିଭିକୁ ଟାର୍ଗେଟ୍ କରୁଛି ବୋଲି ସଂପୃକ୍ତ ଚ୍ୟାନେଲ ବିବୃତ୍ତି ଜାରି କରି କହିଛି।