ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ: ଘୋଷଣା ପୂର୍ବରୁ ହାର ମାନିଲା କଂଗ୍ରେସ

ଭୁବନେଶ୍ୱର (ଏସ୍ ନ୍ୟୁଜ): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଫଳାଫଳ ଘୋଷଣା ପୂର୍ବରୁ ହାର ମାନିଲା କଂଗ୍ରେସ ।ଏନେଇ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ପ୍ରଦୀପ ମାଝୀ ପ୍ରତିକ୍ରିୟା ରଖିଥିବା ବେଳେ ଉଭୟ ଆସନରେ ଆମର ପ୍ରଦର୍ଶନ ଭଲ ହୋଇନାହିଁ ବୋଲି ସ୍ୱିକାରୋକ୍ତି କରିଛନ୍ତି ।

ତେବେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଦୀପ ଦଳୀୟ ନେତା ,ଷ୍ଟାର ପ୍ରଚାରକ ଏବଂ ସର୍ବପରି ଆମେ ସମସ୍ତେ ଦାୟୀ ବୋଲି କହିଛନ୍ତି । ଏପରିକି ସରକାରୀ ଦଳ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଯେଉଁଭଳି ଭାବେ ରଣନୀତି ପ୍ରସ୍ତୁତ କରୁଛନ୍ତି ସେଥିରେ ନିଶ୍ଚିତ ଭାବେ କଂଗ୍ରେସ ତଳେ ପଡିଯାଇଛି ବୋଲି ସାଧାରଣରେ ମଧ୍ୟ ଚର୍ଚ୍ଚା ହରୁଛି । ଯଦିଓ ବି ଦୁଇଟି ଆସନରୁ ବାଲେଶ୍ୱରରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେଉଛି ଏଠାରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି ।

ଅନ୍ୟପଟେ ବାଲେଶ୍ୱର କଂଗ୍ରେସ ପାର୍ଥୀ ମମତା କୁଣ୍ଡୁ ନିଜର ପରାଜୟ ବରଣ କରିଛନ୍ତି । ଏଠାରେ ଦଳର ସାଙ୍ଗଠନିକ ସ୍ଥିତି ଟିକେ ଭଲ ନଥିଲା ଯେଉଁଥିପାଇଁ ଆମେ ହରିଲୁ ବୋଲି ସେ କହିଛନ୍ତି ।