‘ନବରୋଜ’ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାର୍ସୀ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ର ଏକ ଟୁଇଟରେ କହିଛନ୍ତି:

‘ନବରୋଜର ଶୁଭେଚ୍ଛା!

ପାର୍ସୀ ନବବର୍ଷର ବିଶେଷ ଅବସରରେ ଶୁଭକାମନା । ଭାରତ ପାର୍ସୀ ସମୁଦାୟଙ୍କ ସଂସ୍କୃତି ଏବଂ ପରମ୍ପରା ଉପରେ ବେଶ ଗର୍ବ କରିଥାଏ । ଏହି ସମୁଦାୟ ଆମ ରାଷ୍ଟ୍ରୀୟ ପ୍ରଗତିକୁ ଉଲ୍ଲେଖନୀୟ ଭାବେ ସମୃଦ୍ଧ କରିଛନ୍ତି । ମୁଁ ଖୁସି, ସୁଖ, ସମୃଦ୍ଧି ଏବଂ ଉନ୍ନତ ସ୍ୱାସ୍ଥ୍ୟ ଭରା ନବବର୍ଷର କାମନା କରୁଛି’ ।