ନୂଆଦିଲ୍ଲୀ : ଦେଶରେ ଦରବୃଦ୍ଧିକୁ ନେଇ ସାଧାରଣ ଲୋକ ଏବେ ଚିନ୍ତାରେ ଥିବାବେଳେ ମୋଦୀ ସରକାର ରାକ୍ଷୀପୂର୍ଣ୍ଣିମା ଅବସରରେ ଏଲପିଜି ଉପଭୋକ୍ତାଙ୍କୁ ଉପହାର ଦେବାକୁ ଯାଉଛନ୍ତି । ଖୁବ ଶୀଘ୍ର ଶସ୍ତା ହେବାକୁ ଯାଉଛି ଘରୋଇ ଗ୍ୟାସ ସିଲିଣ୍ଡର । ଅଗଷ୍ଟ ୩୦ରୁ ସିଲିଣ୍ଡର ଦାମରେ ୨୦୦ ଟଙ୍କା ପର୍ଯ୍ୟନ୍ତ ଖସିବାର ସମ୍ଭବ ବୋଲି ଘୋଷଣା କରାଯାଇଛି । ସୂଚନା ଅନୁଯାୟୀ, ଏହା କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲୋକଙ୍କ ପାଇଁ ହିଁ ଉପଲବ୍ଧ ଅଟେ ।