ଭାରତକୁ ହରାଇଲା ବାଂଲାଦେଶ

ବାଂଲାଦେଶ ପକ୍ଷରୁ ଧାର୍ଯ୍ୟ ୨୬୬ ରନ୍‌ର ଲକ୍ଷ୍ୟକୁ ପିଛା କରି ଭାରତ ଗୋଟିଏ ବଲ୍‌ ପୂର୍ବରୁ ୨୫୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଏହାଫଳରେ ଲଗାତର ଦୁଇଟି ମ୍ୟାଚ୍‌ ହାରିଥିବା ବାଂଲାଦେଶ ସାନ୍ତ୍ବନାମୂଳକ ବିଜୟ ପାଇଁ ଏସିଆ କପ୍‌ ଅଭିଯାନ ଶେଷ କରିଛି। ‌ଭାରତ ଏହି ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ରବିବାର ଶ୍ରୀଲଙ୍କା ସହିତ ଫାଇନାଲ୍‌ ଖେଳିବ।