ନୂଆଦିଲ୍ଲୀ: ଦେଶରେ କମିଛି କରୋନା ଆକ୍ରାନ୍ତ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୮୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୪୭ ଜଣଙ୍କ ମୃତ୍ୟୁ ହୋଇଛି ।
ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ ଲକ୍ଷ ୨୮ ହଜାର ୭୯୫କୁ ବୃଦ୍ଧି ପାଇଛି ।ସେହିପରି କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୮ ହଜାର ୬୬୮କୁ ବୃଦ୍ଧି ପାଇଛି । ଅନ୍ୟପଟେ ଦେଶରେ ୪ ଲକ୍ଷ ୮୪ ହଜାର ୫୪୭ ଜଣ ଚିକିତ୍ସିତ ହେଉଥିବା ବେଳେ ୮୧ ଲକ୍ଷ ୧୫ ହଜାର ୫୮୦ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।