ଭୁବନେଶ୍ୱର(ଏସ୍ ନ୍ୟୁଜ): ଗିରଫ ହେଲେ କୋଟିପତି କିରାଣୀ। କୋଟିପତି ଉଦୟଙ୍କୁ ଆଜି ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହୋଇଛନ୍ତି ରାଜଧାନୀ ଭୁବନେଶ୍ୱରର ସବକଲେକ୍ଟର ଅଫିସର ବରିଷ୍ଠ କିରାଣି ଉଦୟନାଥ ଜେନା ।
ତେବେ ଗତକାଲି ଉଦୟଙ୍କ ଭୁବନେଶ୍ୱର ସରକାରୀ କାର୍ଯ୍ୟାଳୟ, ସୁନ୍ଦରପଦା ଘରେ ରେଡ୍ ହୋଇଥିଲା । କେନ୍ଦ୍ରାପଡା ରାଜନଗର ସ୍ଥିତ ପୈତୃକ ଘରେ ମଧ୍ୟ ଚଢାଉ ହୋଇଥିଲା । ତାଙ୍କ ନାଁରେ ସାତଟି ପ୍ଲଟ୍ ଠାବ ହୋଇଛି । ଚଢାଉରେ ୧ କୋଟି ୭୭ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ଆୟଠାରୁ ବ୍ୟୟର ୨ଶହ ପ୍ରତିଶତ ଅଧିକ ସମ୍ପତ୍ତି ଜବତ । ଉଦୟନାଥ ୨କୋଟିରୁ ଅଧିକ ଟଙ୍କାର ମାଲିକ । ତାଙ୍କ ନାଁରେ ୭ଟି ଜମି, ୨ଟି ଘର, ପତ୍ନୀଙ୍କ ନାଁରେ ବି ରହିଛି ଜମି । ଜମିର ମୂଲ୍ୟ ୧କୋଟି ୩୨ଲକ୍ଷ ଟଙ୍କାରୁ ଅଧିକ ରହିଛି ।
ଗିରଫ ହେବାପରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଗିରଫ ଉଦୟନାଥ କହିଛନ୍ତି, ମୁଁ ୩୨ ବର୍ଷ ହେଲାଣି ଚାକିରି କରିଛି। ମୋ ଝିଅ ବି ଚାକିରି କରିଛି। ଗାଁରେ ପୈତୃକ ଜମିବାଡ଼ି ଅଛି। ଲକ୍ଷ ଲକ୍ଷ ଟଙ୍କାର ଲୋନ୍ ବି ରହିଛି। ଲାଞ୍ଚ ନେବା କଥା କୋର୍ଟରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି।