୨୧ରେ ପ୍ରକାଶ ପାଇବ ଏକକ ପିଜି ପ୍ରବେଶିକା ପରୀକ୍ଷାଫଳ

ଭୁବନେଶ୍ୱର (ଏସ୍ ନ୍ୟୁଜ) : ପୁଣି ଘୁଞ୍ଚିଛି ଏକକ ପିଜି ପ୍ରବେଶିକା ପରୀକ୍ଷାଫଳ। ଚଳିତ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ତତ୍ପରତା ଦେଖାଇଥିବା ବେଳେ ପୁଣି ଘୁଞ୍ଚିଛି ପରୀକ୍ଷାଫଳ ତାରିଖ। ଏଇ ୧୬ ତାରିଖରେ ପ୍ରକାଶ ପାଇବାକୁ ଥିବା ମେରିଟ ଲିଷ୍ଟ ନଭେମ୍ବର ୨୧ରେ ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଯୋଗେ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ , ନଭେମ୍ବର ୭ରେ ମେରିଟ୍ ଲିଷ୍ଟ ବାହାରିବ ବୋଲି ପ୍ରଥମେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଉଚ୍ଚଶିକ୍ଷା ବିଭାଗ ସଚିବ। କିନ୍ତୁ ପରେ ତାହାକୁ ନଭେମ୍ବର ୧୬କୁ ଘୁଞ୍ଚାଇ ଦିଆଯାଇଥିଲା। ଏତଦବ୍ୟତୀତ ଡିସେମ୍ବର ୨୧ ତାରିଖ ସୁଦ୍ଧା ବିଶ୍ବବିଦ୍ୟାଳୟ ପିଜି ଆଡମିସନ୍ ପ୍ରକ୍ରିୟା ଶେଷ ହେବ ବୋଲି ଏଥିରେ କୁହାଯାଇଛି।