ଅନଲାଇନ୍ ଶିକ୍ଷା ପାଇଁ ଗଣଶିକ୍ଷା ବିଭାଗ ଓ ଟିସିଏସ୍ ଚୁକ୍ତି

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ଆଦର୍ଶ ଓ ଉତ୍କର୍ଷ ସ୍କୁଲରେ ଅନଲାଇନ୍ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଓ Tata Consultancy Services ବା ଟିସିଏସ ମଧ୍ୟରେ ଚୁକ୍ତି ହୋଇଛି । ୨୧୪ ଆଦର୍ଶ ସ୍କୁଲ ଓ ୧୦୧ ଉତ୍କର୍ଷ ସ୍କୁଲରେ ଅନଲାଇନ ଶିକ୍ଷାର ବ୍ୟବସ୍ଥା ହେବ ।

ଏଥିରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ହେବ । ଅନଲାଇନରେ ଶିକ୍ଷା ପାଇଁ ମାଗଣାରେ ସହଯୋଗ ଯୋଗାଇବ ଟିସିଏସ୍ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

କୋଭିଡ ଯୋଗୁଁ ରାଜ୍ୟରେ ସ୍କୁଲ ବନ୍ଦ ରହିଛି। ଏବର୍ଷ ସ୍କୁଲ ଖୋଲିବନି ବୋଲି ରାଜ୍ୟ ସରକାର ମନା କରିଦେଇଛନ୍ତି। ତେଣୁ ଅନଲାଇନ ଶିକ୍ଷା ଜାରି ରହିବ। ଏହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ସାହାଯ୍ୟ କରିବାକୁ ଟିସିଏସ୍ ଆଗେଇ ଆସିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।