ଅଯୋଧ୍ୟା: ଦୀପତ୍ସୋବରେ ବିଶ୍ୱରେ ରେକର୍ଡ ସୃଷ୍ଟି କରିବ ଅଯୋଧ୍ୟା। କାରଣ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ତିଆରି ହେବାର ନିଷ୍ପତ୍ତି ହେବା ପରେ ପ୍ରଥମ ଥର ଏଠାରେ ଦୀପାବଳି ପାଳନ ହେବ। ଆଉ ଏହି ଦୀପାବଳିରେ ରାମନଗରୀ ସମୂର୍ଣ୍ଣଭାବେ ସଜା ହୋଇଛି। ସମୂର୍ଣ୍ଣ ଅଯୋଧ୍ୟାର ପରିକଳ୍ପନା ସଦୃଶ୍ୟ ଏଠାରେ ପାଳନ ହେବ ଦୀପାବଳି । ସମ୍ପୂର୍ଣ୍ଣ ଅଯୋଧ୍ୟାରେ ଶ୍ରୀରାମଙ୍କ ଜୀବନର ପ୍ରତିଫଳନ ହେବ।

ତେବେ ଦୀପାବଳୀର ଏହି ମୁଖ୍ୟ ଦୀପୋତ୍ସବରେ ପ୍ରଭୁ ରାମଙ୍କ ପାଇଁ ୫.୫୧ ଲକ୍ଷ ଦୀପରେ ଅଯୋଧ୍ୟା ଭିନ୍ନ ରୂପରେ ଝଲସିବ । ଦୀପୋତ୍ସବର ଆରମ୍ଭ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଲଲାଙ୍କ ଦରବାରରେ ପ୍ରଥମ ଦୀପ ଲଗାଇ ଆରମ୍ଭ କରିବେ।ଗତବର୍ଷ ଏଠାରେ ପ୍ରଭୁ ରାମଙ୍କ ପାଇଁ ୪ ହଜାର ଦୀପ ପ୍ରଜ୍ଜ୍ୱଳିତ କରାଯାଇଥିଲା। ଏହାସହ ୧୪ ଟିମନ୍ଦିରରେ ୫୪ ହଜାର ଦୀପ ଜଳାଯାଇଥିଲା।
ଦୀପୋତ୍ସବର ଭବ୍ୟତା କିପରି ହେବ, ଏହାର ଝଲକ ଗୁରୁବାର ଦିନ ମଧ୍ୟ ଦେଖାଯାଇଥିଲା। ଯେଉଁ ସମୟରେ ୭୯୧ ପୌରାଣିକ ସ୍ଥଳ ସମେତ ଘର ଓ କାର୍ଯ୍ୟାଳୟରେ ଜଳାଯାଇଥିବା ଲକ୍ଷାଧିକ ଦୀପରୁ ଊଦ୍ଭାସିତ ଆଲୋକରେ ସହର ଆଲୋକିତ ହୋଇ ଉଠିଥିଲା। ଖାଲି ସେତିକି ନୁହେ ପୁରା ସହର ରଙ୍ଗୀନ ଆଲୋକରେ ସଜେଇ ହେବ ।
