କାମେଶ୍ୱର ଚୌପାଲ ବିହାରର ଉପମୁଖ୍ୟମନ୍ତ୍ରୀ !

ପାଟନା : ବିହାରରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ସରକାର ଗଠନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ସରକାର ଗଠନ ନେଇ ଶୁକ୍ରବାର ଏନଡିଏ ନେତାମାନଙ୍କ ସାକ୍ଷାତ ଆଲୋଚନା ଜାରି ରହିଛି। ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତୀଶ କୁମାରଙ୍କ ନାମକୁ ନେଇ ପାଖାପକ୍ଷୀ ଚୁଡାନ୍ତ ନିଷ୍ପତ୍ତି ହୋଇଛି । ଏଥିସହ ବିହାରର ବିହାରର ଉପମୁଖ୍ୟମନ୍ତ୍ରୀ କାମେଶ୍ୱର ଚୌପାଲଙ୍କ ନା ବେଶ ଚର୍ଚ୍ଚା ହେଉଛି ।



ତେବେ ବିଭିନ୍ନ ସୂତ୍ର ଏବଂ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୧୯୮୯ରେ ଅଯୋଧ୍ୟାରେ ରାମ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ପ୍ରଥମ ଇଟା ରଖିଥିବା କାମେଶ୍ୱର ଚୌପାଲଙ୍କୁ ବିହାରର ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ଆଉ ଏହି କଳ୍ପନାଜଳ୍ପନା ଉପରେ ଚୌପାଲ କହିଛନ୍ତି ଯେ ମୁଁ ଦଳର ଜଣେ କର୍ମୀ, ଦଳ ଯାହା ଦାୟିତ୍ୱ ଦେବ ତାହାକୁ ମୁଁ ସ୍ବୀକାର କରେ।

କାମେଶ୍ୱର ଚୌପାଲ ଦଳିତ ସମ୍ପ୍ରଦାୟର ହୋଇଥିବା ବେଳେ ୧୯୮୯ ରାମ ମନ୍ଦିର ଆନ୍ଦୋଳନ ସମୟରେ ହୋଇଥିବା ସିଳାନ୍ୟାସରେ କାମେଶ୍ୱର ହିଁ ରାମ ମନ୍ଦିରର ପ୍ରଥମ ଇଟା ରଖିଥିଲେ। ଆରଏସଏସ ତାଙ୍କୁ ପ୍ରଥମ କର ସେବକର ମାନ୍ୟତା ଦେଇଛି। ସେ ୧୯୯୧ ରେ ଲୋକ ଜନତା ପାର୍ଟି ନେତା ସ୍ୱର୍ଗତ ରାମ ବିଳାଶ ପାଶୱାନଙ୍କ ବିରୋଧରେ ୧୯୯୧ରେ କାମେଶ୍ୱର ଚୌପାଲ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ପରାସ୍ତ ହୋଇଥିଲେ। ୨୦୦୨ରେ, ସେ ବିହାର ବିଧାନ ପରିଷଦର ସଦସ୍ୟ ହୋଇଥିଲେ । ୨୦୧୪ରେ ବିଜେପି ତାଙ୍କୁ ପପୁ ଯାଦବଙ୍କ ପତ୍ନୀ ରଣଜିତା ରଂଜନଙ୍କ ବିରୋଧରେ ଠିଆ କରିଥିଲା, କିନ୍ତୁ ସେ ସେଥିରେ ମଧ୍ୟ ସଫଳ ହୋଇ ପାରିନଥିଲେ।

ସେ ବିହାରର ସୁପୌଲ ଜିଲ୍ଲାରେ ରୁହନ୍ତି କାମେଶ୍ବର ,ଯାହା ମିଥିଳାରେ ପଡେ। କାମେଶ୍ୱର ମଧୁବନୀ ଜିଲ୍ଲାରୁ ଶିକ୍ଷାଲାଭ କରିଥିଲେ। ସେଠାରୁ ସେ ସଙ୍ଘ ସଂପର୍କରେ ଆସିଥିଲେ। ତାଙ୍କର ଜଣେ ଶିକ୍ଷକ ସଂଘର କର୍ମକର୍ତ୍ତା ଥିଲେ। ସଙ୍ଗ ସହ ଜଡିତ ସେହି ଶିକ୍ଷକଙ୍କ ସହାୟତାରେ କାମେଶ୍ୱର କଲେଜରେ ନାମ ଲେଖାଇ ପାରିଥିଲେ। ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ସେ ସଙ୍ଘ ପ୍ରତି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ହୋଇଥିଲେ। ଏହା ପରେ ତାଙ୍କୁ ମଧୁବନୀ ଜିଲ୍ଲାର ଜିଲ୍ଲା ପ୍ରଚାରକ କରାଯାଇଥିଲା।

୧୯୮୯ ନଭେମ୍ବରରେ, ରାମ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ସେହି ସମୟରେ ଅଯୋଧ୍ୟାରେ କାମେଶ୍ୱର ଚୌପାଲ ଉପସ୍ଥିତ ଥିଲେ । ସେ ଏକ ତମ୍ବୁରେ ରହିଥିଲେ। ଭିଏଚପିର ତତ୍କାଳୀନ ମୁଖ୍ୟ ଅଶୋକ ସିଙ୍ଗଲଙ୍କ ଜଣେ ନିକଟତମ ବ୍ୟକ୍ତି ତାଙ୍କ କୋଠରୀକୁ ଆସି ତାଙ୍କୁ କହିଥିଲେ ଯେ ଆପଣ ଶିଳାନ୍ୟାସ ପାଇଁ ମନୋନୀତ ହୋଇଛନ୍ତି। ଏହା ପରେ ଚୌପଲ ହିଁ ରାମ ମନ୍ଦିର ନିର୍ମାଣର ପ୍ରଥମ ଇଟା ରଖିଥିଲେ।