ଭୁବନେଶ୍ୱର (ଏସ୍ ନ୍ୟୁଜ) : ସମାଜସେବୀ ମାନଵପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁକୁ ପାଞ୍ଚ ମାସରୁ ଅଧିକ ସମୟ ବିତିଗଲାଣି। ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ହାତେ ନା ଆତ୍ମହତ୍ୟା ତାହା ଜଣାପଡ଼ିନାହିଁ। ଏହି ସମୟରେ ପୁଣିଥରେ ମୁହଁ ଖୋଲିଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ। ବିଦ୍ୟାଶ୍ରୀ ଏହି ମାମଲାରେ କ୍ରାଇମବ୍ରାଞ୍ଚକୁ ଠିକ୍ ସମୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରିଛନ୍ତି। ଏହାସହ ଆଦିତ୍ୟଙ୍କ ମୃତ୍ୟୁ କେମିତି ହେଲା, ତାହା ଷ୍ଟାଟସ୍ ରିପୋର୍ଟରେ ଉଲ୍ଲେଖ କରିବାକୁ କହିଛନ୍ତି ବିଦ୍ୟାଶ୍ରୀ।

ଏତଦବ୍ୟତୀତ ,ବିଦ୍ୟାଶ୍ରୀ ଏୟାର ଫିଲ୍ଡ ଥାନାରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ପୁଣି ଅଭିଯୋଗ ଆଣିଛନ୍ତି। ଉକ୍ତ ବ୍ୟକ୍ତି ଜଣକ ଅଯଥା ଖବର ପ୍ରସାରଣ କରି ତାଙ୍କୁ ବଦନାମ କରୁଥିବା ବିଦ୍ୟାଶ୍ରୀ ଅଭିଯୋଗ କରିଛନ୍ତି। ଆଉ ଏହି ବଦନାମକୁ ରୋକିବା ପାଇଁ ସେ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଜୁଲାଇ ୭ ତାରିଖ ସକାଳେ ଆଦିତ୍ୟ ଦାଶଙ୍କ ମୃତଦେହ ରେଳ ଧାରଣାରୁ ମିଳିଥିଲା। ଏହା ପରେ ଆର୍ପିଏଫ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାସହ ଆଦିତ୍ୟଙ୍କ ସାଙ୍ଗ ପପୁ, ବିକାଶ, ପତ୍ନୀ ବିଦ୍ୟାଶ୍ରୀ, ବିଦ୍ୟାଶ୍ରୀଙ୍କ ପରିବାର ଓ ଭଡ଼ା ଘର ମାଲିକଙ୍କୁ ଜେରା କରିଥିଲା ପୁଲିସ। ମାତ୍ର କୌଣସି ନିଷ୍କର୍ସରେ ପହଞ୍ଚି ପାରୁନଥିଲା। ଯାହା ପରେ ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।