ପାଟନା: ବିହାର ମୁଖ୍ୟମନ୍ତ୍ରୀ ଭାବ ଶପଥ ନେବା ନୀତୀଶ କୁମାର। ନୀତୀଶ କୁମାର ଆଜି ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଥିବାବେଳେ ଏହା ତାଙ୍କର ଚତୁର୍ଥ ପାଳି ରହିବ। ଏହାପୂର୍ବରୁ ବିଧାନସଭାରେ ବିଜେପି ଦଳର ନେତା ତାରା କିଶୋର ପ୍ରସାଦ ଏବଂ ଉପନେତା ରେଣୁ କୁମାରୀ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି।
ଅନ୍ୟପଟେ ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ମୋଟ୍ ୧୪ ଜଣ ମନ୍ତ୍ରୀ ରହିବେ ବୋଲି ଜଣାପଡ଼ିଛି। ଏହି ୧୪ ଜଣଙ୍କ ମଧ୍ୟରୁ ଛଅ ଜଣ ଜେଡିୟୁ ବିଧାୟକ ଏବଂ ବିଜେପିର ୫ ଜଣ ଏବଂ ହିନ୍ଦୁସ୍ଥାନ ଆଓ୍ୱାମ ମୋର୍ଚ୍ଚାର ଜଣେ ମନ୍ତ୍ରୀ ଭାବରେ ଶପଥ ନେବେ ବୋଲି ସୂଚନା ରହିଛି। ଏମାନେ ସମସ୍ତେ ଆଜି ନୀତୀଶଙ୍କ ସହ ଶପଥ ନେଇପାରନ୍ତି।