ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ଗୁରୁତର ଅବସ୍ଥା ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସେ କୋଭିଡ୍ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ଏହି କାରଣରୁ ତାଙ୍କୁ ମେଦାନ୍ତ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
କରୋନାରେ ଆକ୍ରାନ୍ତ ହୋଇ ୭୧ ବର୍ଷୀୟ ପଟେଲ ଫରିଦାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ଶୁକ୍ରବାର ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ରବିବାର ରାତିରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁକୁ ନିଆଯାଇଛି।
ପଟେଲଙ୍କ ପୁଅ ଫୈଜଲ ଟ୍ୱିଟ କରି କହିଛନ୍ତି, “କିଛି ସପ୍ତାହ ତଳେ ଅହମଦ ପଟେଲ କରୋନାରେ ଆକ୍ରାନ୍ତ ହୋଇଥିଲେ। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।