ଶଶୁର ନାରାୟଣଙ୍କ ପାଇଁ ଫସିଗଲେ ସୁନକ

ଲଣ୍ଡନ: ଶ୍ୱଶୁର ନାରାୟଣ ମୂର୍ତିିଙ୍କ ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ରାଜନୈତିକ ବିବାଦରେ ଫସି ଯାଇଛନ୍ତି । ଗତ ଏପ୍ରିଲରେ ଭାରତ ଗସ୍ତରେ ଆସି ଜନୈକ ବ୍ରିଟେନ କ୍ୟାବିନେଟ୍‌ ମନ୍ତ୍ରୀ ଭାରତର ଆଇଟି କମ୍ପାନୀ ଇନଫୋସିସକୁ ବ୍ରିଟେନରେ ଥଇଥାନ କରିବା ସଂପର୍କରେ କହିଥିଲେ ।

ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତି ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକଙ୍କ ସଂପର୍କ କାହାକୁ ଅଛପା ନାହିଁ ।ନାରାୟଣଙ୍କ କନ୍ୟା ଅକ୍ଷତା ମୂର୍ତି ବ୍ରିଟେନରେ ୭୫ କୋଟି ପାଉଣ୍ଡ ବିନିମୟରେ ଇନଫୋସିସକୁ ପ୍ରତିଷ୍ଠା କରିବା କାମରେ ଲାଗି ପଡ଼ିଛନ୍ତି ।

ତାକୁ କେନ୍ଦ୍ର କରି ବ୍ରିଟେନ ସଂସଦରେ ପ୍ରଧାନମନ୍ତ୍ରୀ ସୁନକଙ୍କୁ ବିରୋଧୀ ଦଳ ଘେରିଛନ୍ତି । ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଉଦେଉ ସୁନକଙ୍କ ଲୋକପ୍ରିୟତା କମିଯାଉଛି ।

ଇନଫୋସିସରେ ସୁନକ ଓ ତାଙ୍କ ପତ୍ନୀ ଅଂଶୀଦାର ଅଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ସୁନକ ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନରେ ଟଙ୍କା ଖଟାଇବା କେତେ ଦୂର ଗ୍ରହଣଯୋଗ୍ୟ, ତାହା ବ୍ରିଟେନ ରାଜନୀତି ସମୀକ୍ଷକମାନେ କହିପାରିବେ ।