ମୁମ୍ବାଇ : ସମ୍ବାଦିକ ଭୂମିକାରେ ନଜର ଆସିବେ କାର୍ତ୍ତିକ ଆରୟାନ୍। ନିର୍ଦ୍ଦେଶକ ରାମ ମାଘୱାନୀଙ୍କ ଅପକମିଂ ଫିଲ୍ମରେ ଇନଭେଷ୍ଟିଗେଟ ରିପୋର୍ଟର ଭାବେ ସାମ୍ମନାକୁ ଆସିବେ । ଆସନ୍ତା ମାସରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ।

ମିଡିଆ ରିପୋର୍ଟ ମୁତାବକ ଏହି ଫିଲ୍ମର କାହାଣୀ ଏକ ମିଡିଆ ଅଫିସ ଉପରେ ଆଧାରିତ ହେବ। ଯେଉଁଥିରେ କାର୍ତ୍ତିକ ଜଣେ ରିପୋର୍ଟର ଭୂମିକାରେ ନଜର ଆସିବେ। କମେଡି ଏବଂ ଲଭର ବୟରୁ ସେ ଏବେ ଆକ୍ସନ ମୁଡକୁ ଆସିଛନ୍ତି। ଏହି ଫିଲ୍ମ ଜରିଆରେ କିଛି ଅଲଗା କରିବା ପାଇଁ ଚେଷ୍ଟା କରୁଛନ୍ତି କାର୍ତ୍ତିକ। ଲକଡାଉନ ବେଳେ କାର୍ତ୍ତିକ ନିଜର କେତେକ ସାମ୍ବାଦିକ ବନ୍ଧୁଙ୍କ ସହ ଦେଖାସାକ୍ଷାତ କରିଥିଲେ ଏବଂ ଏହି ଫିଲ୍ମରେ ନିଜ ଭୂମିକାକୁ ନେଇ ସେ ଅନେକ ଗୁଡିଏ ଏକ୍ସପେରିମେଣ୍ଟ ମଧ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି ।