ତୃତୀୟ ଦିନରେ ରାଷ୍ଟ୍ରପତିଙ୍କ ଦିଅଁ ଦର୍ଶନ ଓ କଦଳୀ ବିକା

ଦୂଆଦିଲ୍ଲୀ: ବହୁତ ଭାବିଚିନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଦିବାସୀ ଭୋଟ ହାତେଇବା ଓ ସରକାରୀ କାର୍ଯ୍ୟକ୍ରମରେ ନିୟୋଜିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିରବ ଓ ବିନମ୍ର ସହକାରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ପାଳନ କରୁଛନ୍ତି ଭାରତର ପ୍ରଥମ ନାଗରିକ । ଏକ ନମ୍ବର ସାମ୍ବିଧାନିକ ପଦବୀକୁ ମଣ୍ଡନ କରିଥିଲେ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣାଇବାକୁ ଚାହିଁଛନ୍ତି ଯେ ଗଣତାନ୍ତ୍ରିକ ରାଷ୍ଟ୍ରରେ କେହି ବଡ଼ କେହି ସାନ ନୁହନ୍ତି । ସମସ୍ତଙ୍କୁ ଆପଣା ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ ।

ଚାରିଦିନିଆ ଓଡ଼ିଶା ଗସ୍ତର ତୃତୀୟ ଦିନଟିକୁ ରାଷ୍ଟ୍ରପତି କଟକ ଓ ଭୁବନେଶ୍ୱରରେ କଟାଇବାର ଯୋଜନା କରିଛନ୍ତି । ମାର୍ଚ୍ଚ ପହିଲା ଦିନ ରାଷ୍ଟ୍ରପତି ଗଞ୍ଜାମ ସ୍ଥିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତନ ଉତ୍ସବରେ ଯୋଗଦାନ କରିବେ । ସେଠାରୁ କଟକ ଯାଇ ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ବ୍ରହ୍ମକୁମାରୀ ସ୍କୁଲର ସ୍ୱର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ । କଟକରୁ ସଡ଼କ ପଥରେ ଭୁବନେଶ୍ୱର ଯିବେ ଓ ରାଜଭବନ ଆତିଥେୟତା ଗ୍ରହଣ କରିବେ ।

ରାଷ୍ଟ୍ରପତିଙ୍କ ଗସ୍ତକୁ ପୂର୍ଣ୍ଣ ସୁରକ୍ଷା ଓ ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ କାର୍ଯ୍ୟରେ ୨୫ ପ୍ଲାଟୁନ ପୁଲିସକୁ ମୁତୟନ କରାଯାଇଛି ।