ବରମୁଣ୍ଡା ବସ ଟର୍ମିନାଲ ଲୋକାର୍ପଣ ଆଜି

ଭୁବନେଶ୍ୱର: ଆଜି (ଶୁକ୍ରବାର, ୦୧/୦୩/୨୪) ବରମୁଣ୍ଡାସ୍ଥିତ ବହୁଚର୍ଚ୍ଚିିତ ଓ ଅଭିଳଷିତ ବସ୍‌ ଟର୍ମିନାଲ ଲୋକାର୍ପଣ କରାଯିବ । ବରମୁଣ୍ଡାର ପୂର୍ବ ବସଷ୍ଟାଣ୍ଡକୁ ଅତ୍ୟାଧୁନିକ ରୂପ ଦିଆଯାଇଛି । ବସଷ୍ଟାଣ୍ଡଟିର ନାମକରଣ ଆମ ସମ୍ବିଧାନ ଜନକ ଡକ୍ଟର ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ କରାଯାଇଛି । ବସଷ୍ଟାଣ୍ଡଟିକୁ ଗୋଟିଏ ଏୟାରପୋର୍ଟ ରୂପ ଦିଆଯାଇଛି ।

ରାଜକୋଷରୁ ୨୨୧ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବରମୁଣ୍ଡା ଆଇଏସ୍‌ବିଟି  ତିଆରି କରାଯାଇଛି । ବସଷ୍ଟାଣ୍ଡରେ ସୂଚନା କକ୍ଷ, ରେଷ୍ଟୁରାଂଟ, ଶୌଚାଳୟ,  ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଏଲିଭେଟର, ବସ୍‌ ଟିକେଟ୍‌ କାଉଂଟର ସମେତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଛି ।

ବସଷ୍ଟାଣ୍ଡକୁ ଏୟାରପୋର୍ଟ ରୂପ ଦିଆଯାଇଛି, ମାତ୍ର ଏୟାରପୋର୍ଟର ସୁରକ୍ଷା ମିଳିବା ଦରକାର ବୋଲି ବୁଦ୍ଧିଜୀବୀ ମହଲ ପରାମର୍ଶ ଦେଇଛି । ପ୍ରତ୍ୟେକ ଯାତ୍ରୀଙ୍କ ପକେଟକୁ ସୁହାଇଲା ଭଳି ସେବା ମିଳିବା ଆବଶ୍ୟକ ବୋଲି ମତାମତ ପ୍ରକାଶ ପାଇଛି । ବିଶେଷ କରି ରାତ୍ରିକାଳୀନ ସୁବିଧା ଓ ସୁରକ୍ଷା ମିଳିବା ଜରୁରୀ ।