ଆଜିଠାରୁ ବ୍ୟବସାୟିକ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: କମର୍ସିଆଲ ଏଲପିଜି ସିଲିଣ୍ଡର ଦରରେ ୨୫ ଟଙ୍କା ବୃଦ୍ଧି କରାଯାଇଛି । ଶୁକ୍ରବାର (୧ ମାର୍ଚ୍ଚ ୨୦୨୪) ଠାରୁ ସଂଶୋଧିତ ଦର ଲାଗୁ କରାଯିବ । ସଂଶୋଧିତ ଦର ମୁତାବକ ନୂଆଦିଲ୍ଲୀରେ ୧୯ କିଲୋ ବିଶିଷ୍ଟ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୧୭୯୫ ଟଙ୍କା ହୋଇଛି । ତେବେ ମୁମ୍ବାଇରେ ତା’ର ମୂଲ୍ୟ ୧୭୪୯ ଟଙ୍କା ଧାର୍ଯ୍ୟ କରାଯାଇଛି ।

କୋଲକାତାରେ ୧୯ କିଲୋ ବିଶିଷ୍ଟ ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୧୧ ଟଙ୍କା ଥିଲାବେଳେ ଚେନ୍ନାଇରେ ୧୯୬୦ ଟଙ୍କା ସ୍ଥିର କରାଯାଇଛି । ଏଠାରେ ସ୍ପଷ୍ଟ ଜଣାଇ ଦିଆଯାଉଛି କି ଘରୋଇ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରାଯାଇନି ।