ଏମିତି ମରଣ! ବିରିୟାନୀ ଖାଇବାକୁ ଆସି ଶବ ହୋଇଗଲେ

ଢାକା: ପ୍ରକୃତିର କୋପ ନିକଟରେ ମଣିଷ ତୁଚ୍ଛ । ବାଂଲାଦେଶର ଏଭଳି ଘଟଣାଟି ଆମ ସମସ୍ତଙ୍କୁ ଚକିତ କରିଛି । ବିରିୟାନୀ ଖାଇବାକୁ ଆସି ଶବ ହୋଇଯିବେ ବୋଲି କେହି ଭାବି ନଥିଲେ । ବାଂଲା ରାଜଧାନୀ ଢାକା ବେଲି ରୋଡସ୍ଥିତ ଗୋଟିଏ ୭ ମହଲା କୋଠାରେ ଖୋଲିଥିବା ବିରିୟାନୀ ସେଂଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା କାରଣରୁ ଅନ୍ୟୁନ ୪୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି ।

୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ଗୁରୁବାର ରାତି ପ୍ରାୟ ୧୦ଟାରେ ବିରିୟାନୀ ସେଂଟରରେ ନିଅାଁ ଲାଗି ତାହା ଉପର ମହଲାକୁ ବ୍ୟାପି ଯାଇଥିଲା । ଲୋକମାନେ ଜୀବନ ବିକଳରେ ଦୌଡ଼ାଦୌଡ଼ି କରିବା ଭିତରେ କିଛି ଲୋକ ଦଳାଚକଟାର ଶିକାର ହୋଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳକୁ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।