ରାଜ୍ୟସଭା ସଭ୍ୟ ଭାବେ ଶପଥ ଗ୍ରହଣ କଲେ ସୁଧା ମୂର୍ତି

ନୂଆଦିଲ୍ଲୀ: ଏକାଧାରରେ ଇଞ୍ଜିନିୟର, ସାମାଜିକ କର୍ମୀ ଓ ଲେଖିକା ସୁଧା ମୂର୍ତି ରାଜ୍ୟସଭାର ସଭ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମୟରେ ତାଙ୍କ ପତି ତଥା ଇନଫୋସିସ୍‌୍‌ ପ୍ରତିଷ୍ଠାତା ନାରାୟଣ ମୂର୍ତି ଉପସ୍ଥିତ ଥିଲେ । ରାଜ୍ୟସଭା ଅଧ୍ୟୟ ଜଗଦୀପ ଧନଖର ତାଙ୍କର ସଂସଦୀୟ କାର୍ଯ୍ୟାଳୟରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ରାଜ୍ୟସଭାର ନେତା ପିୟୂଷ ଗୋୟଲ ମଧ୍ୟ ଶପଥ ଉତ୍ସବରେ ଉପସ୍ଥିତ ଥିଲେ । ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ତାଙ୍କୁ ରାଜ୍ୟସଭା ସଭ୍ୟ ଭାବେ ମନୋନୟନ କରାଯାଇଥିଲା । ସୁଧାଙ୍କ କନ୍ୟା ଅକ୍ଷତା ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କୁ ବିବାହ କରିଛନ୍ତି ।

୭୩ ବର୍ଷୀୟା ସୁଧା ମୂର୍ତିଙ୍କ ଲିଖିତ ପୁସ୍ତକ କନ୍ନଡ଼ ଓ ଇଂରାଜୀ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସୁଧା ମୂର୍ତି ୨୦୦୬ରେ ପଦ୍ମଶ୍ରୀ ଓ ୨୦୨୩ରେ ପଦ୍ମଭୂଷଣ’ରେ ସମ୍ମାନୀତ ହୋଇଥିଲେ ।