ଜଘନ୍ୟ କାରନାମା: ପତ୍ନୀଙ୍କୁ ହତ୍ୟା କରି ଘରେ ରଖିଥିଲା

ଭୁବନେଶ୍ୱର: ରାଜଧାନୀରେ ଜଣେ କ୍ରୋଧାନ୍ଧ ତା’ର ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରି ତିନିଦିନ ହେଲା ଘରେ ସାଇତି ରଖିଥିଲା । ପତ୍ନୀଙ୍କ ମରଶରୀର ସହ ରାତି ବିତାଉଥିବା ନୃଶଂସ ପତିଙ୍କ କାରନାମାକୁ ଧରା ପକାଇଥିଲେ ପାଖ ପଡେ଼ାଶୀ । ପତିପତ୍ନୀଙ୍କ ଭିତରେ ଯୁକ୍ତିତର୍କ କ୍ରମେ ବିରାଟ ରୂପ ନେଇଥିଲା । ପତିଙ୍କ ନିକଟରୁ ମାଡ଼ ଖାଉଥିବା ଭିତରେ ପତ୍ନୀଙ୍କ ଜୀବନ ଚାଲି ଯାଇଥିଲା । ବନ୍ଦ ଘରୁ ମରଶରୀର ଗନ୍ଧ ବାରିବା ପରେ ପଡେ଼ାଶୀମାନେ ପୁଲିସକୁ ଖବର ଦେଇଥିଲେ ।

ସୂଚନା ପାଇ ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ୱାମୀଙ୍କୁ ଥାନାକୁ ନେଇଛି । ଘଟଣାଟି ମୈତ୍ରୀ ବିହାର ଥାନା ଅଧିନ ତାରିଣୀ ବସ୍ତିରେ ଘଟିଛି । ଅଭିଯୁକ୍ତ ପତି ତାଙ୍କର ଅପରାଧ ସ୍ୱୀକାର କରିଛନ୍ତି ।