‘ଲାପତା ଲେଡିଜ୍‌ ଟିମ୍‌’ ସହିତ ଜନ୍ମଦିବସ ପାଳିଲେ ଅମୀର ଖାନ

ମୁମ୍ବାଇ: ଅଭିନେତା ଅମୀର ଖାନ ତାଙ୍କର ୫୯ତମ ଜନ୍ମଦିନଟିକୁ ‘ଲାପତା ଲେଡିଜ୍‌ ଟିମ୍‌’ ଗହଣରେ ପାଳନ କରିଛନ୍ତି । ଅମୀରଙ୍କୁ ଶେଷଥର ପାଇଁ ‘ଲାଲ ସିଂ ଚଢ୍‌ଢା’ରେ ଦେଖିବାକୁ ମିଳିଥିଲା । ନିର୍ମାଣାଧୀନ ଚଳଚ୍ଚିତ୍ର ‘ଲାପତା ଲେଡିଜ୍‌ ଟିମ୍‌’ର ସବୁ ଅଭିନେତା ଅଭିନେତ୍ରୀ, ପ୍ରଯୋଜନା ସଂସ୍ଥାର ସବୁ ସଭ୍ୟ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଅମୀର ଜନ୍ମଦିନର କେକ୍‌ କାଟି ପାଳନ କରିଥିଲେ ।

ଅମୀରଙ୍କ ପୂର୍ବତନ ପତ୍ନୀ କିରନ ରାଓଙ୍କୁ ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ, ଅମୀରଙ୍କ ପ୍ରଯୋଜନା ସଂସ୍ଥା ପକ୍ଷରୁୂ ‘ଲାପତା ଲେଡିଜ୍‌ ଟିମ୍‌’ ନିର୍ମାଣ କରାଯାଇଛି ।

ଏବେ ବହୁ ସିନେମା ହଲରେ ‘ଲାପତା ଲେଡିଜ୍‌ ଟିମ୍‌’ ମୁକ୍ତିଲାଭ କରିଛି ।