ଦୁଇ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଲେ ସୁଖବୀର ସିଂ ସାନ୍ଧୁ ଓ ଜ୍ଞାନେଶ କୁମାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ କମିଟି ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି । କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଗଣମାଧ୍ୟମ ଆଗରେ ଏହି ସୂଚନା ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ନିର୍ବାଚନ କମିଶନରଙ୍କ ନିଯୁକ୍ତ ମନୋନୟନ କମିଟିରେ ବିରୋଧୀ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ ଓ ଜଣେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସ୍ଥାନ ପାଇଥିଲେ ।

କମିଟିର ୨-୧ ନିଷ୍ପତି ମୁତାବକ ନୂତନ ନିର୍ବାଚନ କମିଶନର ନିଯୁକ୍ତ କରାଯାଇଛି ଯୋଉଥିରେ ଅଧିର ରଞ୍ଜନ ଚୌଧୁରୀଙ୍କ କେବଳ ଗଣମାଧ୍ୟମ ଆଗରେ ସୂଚନା ପ୍ରଦାନ ଭିତରେ ସୀମିତ ଥିଲା ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ କମିଶନର ନିଯୁକ୍ତ କମିଟିକୁ କଂଗ୍ରେସ ବିରୋଧ ନକରିବା ଅର୍ଥ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମହାଦୁର୍ନୀତିମୂଳକ ଶାସନ ଭିତରେ କଂଗ୍ରେସର ସଂପୃକ୍ତିକୁ ବୁଝାଉଛି ।