କଟକ: ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ ପକ୍ଷରୁ ଆଜିଠାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି । ହାୟର ସେକେଣ୍ଡାରୀ ସାର୍ଟିଫିକେଟ୍ , ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ମୂଲ୍ୟାଙ୍କନ ବେଶ ସୁରୁଖୁରୁରେ ଚାଲିବ ବୋଲି ବୋର୍ଡ କହିଛି ।
ସୂଚନା ମୁତାବକ ପ୍ରାୟ ୫୫ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତା ଦେଖା ଚାଲିଛି । ଖାତା ମୂଲ୍ୟାଙ୍କନରେ କୌଣସି ପ୍ରକାର ତ୍ରୁଟିକୁ ପ୍ରଶ୍ରୟ ଦିଆଯିବନି ବୋଲି ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପୂର୍ଣ୍ଣ ଭରସା ଦିଆଯାଇଛି ।
ଏମିତି ତ ପ୍ରତିବର୍ଷ ପରୀକ୍ଷା ଖାତା ଦେଖା ସମୟରେ କିଛି ନାକିଛି ତ୍ରୁଟି ଦେଖିବାକୁ ମିଳୁଛି । ତେବେ ସବୁ ତ୍ରୁଟିକୁ ଆଖିବୁଜି ସରକାର ତାଙ୍କର ବେପରୁଆ ନୀତିରେ ଛାତ୍ରଛାତ୍ରୀଙ୍କ ଭାଗ୍ୟ ସହିତ ଖେଳି ଆସୁଛନ୍ତି । ଖାତା ଦେଖା କାମରେ ପ୍ରାୟ ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ବ୍ୟସ୍ତ ଅଛନ୍ତି ।