ବିନ୍ଦୁ ସାଗରରେ ମହିଳାଙ୍କ ମରଶରୀର

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ପବିତ୍ର ବିନ୍ଦୁସାଗରରେ ଜଣେ ମହିଳାଙ୍କ ମରଶରୀର ଦେଖିବାକୁ ମିଳିଛି । ତାଙ୍କର ପରିଚୟ ଜଣାପଡ଼ିନି । ସ୍ଥାନୀୟ ଲୋକମାନେ ମୃତଦେହକୁ ଠାବ କରିବା ପରେ ତୁରନ୍ତ ଲିଙ୍ଗରାଜୂ ଥାନାକୁ ଫୋନ୍‌ କରିଥିଲେ । ମୃତ ମହିଳାଙ୍କ ବୟସ ଆନୁମାନିକ ୪୦ ବର୍ଷ ହେବ ।

ପୁଲିସ ସାଇଂଟିଫିକ୍‌ ଟିମ ଘଟଣାସ୍ଥଳକୁ ଯାଇ ଆବଶ୍ୟକ ନମୁନା ସଂଗ୍ରହ କରିଛି ।

ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇବା ପରେ ମହିଳା ଜଣକ କୋଉ ଅବସ୍ଥାରେ ମୃତୁୃ୍ୟବରଣ କରିଛନ୍ତି; ତାହା ସ୍ପଷ୍ଟ ହୋଇଯିବ । ପାଣିରେ ଶ୍ୱାସରୁଦ୍ଧ ହୋଇ ସେ ମରିଛନ୍ତି କି କେହି ତାଙ୍କୁ ହତ୍ୟା କରିଛନ୍ତି, ଜାଣିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।