ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର

ଭୁବନେଶ୍ୱର: ମୀନ ସଂକ୍ରାନ୍ତି ଦିନ ମାର୍ଚ୍ଚ ୧୪ ତାରିଖ ରାତିରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏକ ଗ୍ୟାସ୍‌ ଟ୍ୟାଙ୍କର ସହ ତାଙ୍କ ଗାଡ଼ି ଧକ୍କା ହେବାରୁ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ମାତ୍ର ଚାଳକ ଜଣକ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣାଟି ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଅନ୍ତର୍ଗତ ବେଲଡିହି ନିକଟରେ ଘଟିଥିଲା । ପ୍ରସନ୍ନ ଆଚାର୍ଯ୍ୟଙ୍କ ଶରୀରରେ ପ୍ରାୟ ୩୦ଟି ଷ୍ଟିଚ୍‌ ପଡ଼ିଛି ।

ତାଙ୍କ ମୁଣ୍ଡ ଓ ଆଖିରେ ପ୍ରଚଣ୍ଡ ଆଘାତ ଲାଗିଛି । ଗୁରୁବାର ବିଳମ୍ବିତ ରାତିରେ ସେ ଭୁବନେଶ୍ୱରରୁ ବରଗଡ଼କୁ ଅଭିମୁଖେ ଯାତ୍ରା କରୁଥିଲେ । ଦୁର୍ଘଟଣା ପରେ ତାଙ୍କୁ ସାଙ୍ଗେ ସାଙ୍ଗେ ରେଢ଼ାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ ସମ୍ବଲପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ମାତ୍ର ଉଚ୍ଚତର ଓ ତୁରନ୍ତ ଆରୋଗ୍ୟ କାମନା କରି ତାଙ୍କୁ ଭୁବନେଶ୍ୱର ନିଆଯିବା ଉଚିତ ହେବ ବୋଲି ପରିବାର ସୂତ୍ରରୁ ଶୁଣିବାକୁ ମିଳିଛି ।