ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୂଚନା ମୁତାବକ ଦେଶର ୫୪୩ ଲୋକସଭା ଆସନ ପାଇଁ ସାତୋଟି ପର୍ଯ୍ୟାୟରେ ମତଦାନ କରାଯିବ । ପ୍ରଥମ ଥାକ ମତଦାନ ପାଇଁ ଏପ୍ରିଲ ୧୯ ତାରିଖ ଧାର୍ଯ୍ୟ କରାଯାଇଛି ।
ଏପ୍ରିଲ ୨୬ ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ମେ’ ୭ ତାରିଖ ଦିନ ତୃତୀୟ ପର୍ଯ୍ୟାୟ ମତଦାନ, ମେ’ ୧୩ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ, ମେ’ ୨୦ ତାରିଖରେ ୫ମ ପର୍ଯ୍ୟାୟ ମତଦାନ, ମେ’ ୨୫ ତାରିଖରେ ଷଷ୍ଠ ପର୍ଯ୍ୟାୟ ମତଦାନ ଓ ଜୁନ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ଧାର୍ଯ୍ୟ କରାଯାଇଛି ।
ଓଡ଼ିଶା, ଅରୁଣାଚଳ ପ୍ରଦେଶ, ସିକିମ ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ତା’ ସହିତ ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୨୬ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ କରାଯିବ ।