ବିଜେପି ନେତ୍ରୀ ଖୁସବୁ ସୁନ୍ଦରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ବିଜେପି ନେତ୍ରୀ ଖୁସବୁ ସୁନ୍ଦରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ତାମିଲନାଡୁର ମେଲମାରୁଭାଥୁର ଟାଉନ୍ ନିକଟରେ ତାଙ୍କ ଗାଡ଼ିର ଦୁର୍ଘଟଣା ହୋଇଥିଲା। ତେବେ ଏହି ଦୁର୍ଘଟଣାରେ ଖୁସବୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଦୁର୍ଘଟଣା ନେଇ ଖୁସବୁ କହିଛନ୍ତି, ମେଲମାରୁଭାଥୁରରେ ମୁଁ ଦୁର୍ଘଟଣାର ଶିକାର ହୋଇଥିଲି। ଭଗବାନ ଓ ଆପଣମାନଙ୍କ ଆଶୀର୍ବାଦରୁ ମୁଁ ସୁରକ୍ଷିତ ଅଛି। ତେବେ କୁଡ୍ଡାଲୋରରେ ‘ଭେଲ ଯାତ୍ରା’ରେ ଭାଗ ନେବା ପାଇଁ ମୋର ଯାତ୍ରା ଜାରି ରହିବ। ବର୍ତ୍ତମାନ ପୁଲିସ୍ ଏହି ମାମଲାର ତଦନ୍ତ କରୁଛି। ଭଗବାନ ଆମକୁ ବଞ୍ଚାଇ ଦେଲେ।

ଖୁସବୁ ଆହୁରି କହିଛନ୍ତି, ଆମେ ଯାଉଥିବା ବେଳେ ଏକ କଣ୍ଟେନର ଆସି ଆମ କାରକୁ ଧକ୍କା ଦେଇଥିଲା। ଆମ କାର୍ ସଠିକ୍ ଲେନରେ ଯାଉଥିଲା । ପୁଲିସ୍ କଣ୍ଟେନରର ଡ୍ରାଇଭରଙ୍କୁ ପଚରାଉଚୁରା କରୁଛି। ସୂଚନାଯୋଗ୍ୟ, ଖୁସବୁ କିଛି ଦିନ ତଳେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।