କାର ଭିତରୁ ନଗଦ ୫୫ ଲକ୍ଷ ଟଙ୍କା ଜବତ

ସୋନପୁର: ଓଡ଼ିଶାର ସୋନପୁର ଜିଲ୍ଲାରେ ଗୋଟିଏ କାର ଭିତରୁ ନଗଦ ୫୫ ଲକ୍ଷ ଟଙ୍କା ଜବତ କରିଛି ପୁଲିସ । ନିର୍ବାଚନ ପୂର୍ବରୁ କାର ଭିତରୁ ନଗଦ ଟଙ୍କା ମିଳିବା ଘଟଣା ବିରାଟ ଆଶ୍ଚର୍ଯ୍ୟ ନୁହେଁ । ସୂଚନା ମୁତାବକ ଶୁକ୍ରବାର ରାତିରେ ବିନିକା ଛକ ନିକଟରେ ପୁଲିସ ଟିମ ଯାନବାହନ ଚେକିଂ କରୁଥିଲା । ପୁଲିସ ହାବୁଡ଼ରେ ପଡ଼ି ଯାଇଥିଲା ଆନ୍ଧ୍ରପ୍ରଦେଶର କାକିନାଡ଼ାରୁ ଆସିଥିବା କାର ଉପରେ । ଯାଂଚ ସମୟରେ ତା’ ଭିତରୁ ନଗଦ ଟଙ୍କା ମିଳିଥିଲା । କାରରେ ଗୋଟିଏ ପରିବାରର ୬ ଜଣ ଆରୋହୀ ଥିଲେ ।

ପୁଲିସ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ମୁତାବକ ସବୁ ଟଙ୍କାକୁ ଆୟକର ବିଭାଗ ଜିମା ଦେଇଛି ।

ସଂପୃକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଟଙ୍କାର ପ୍ରକୃତ ମାଲିକ କିଏ?  ଏତେ ଗୁଡ଼ାଏ ଟଙ୍କା କାର ଭିତରେ ରଖି ଯାତ୍ରା କରିବାର ମାନେ କ’ଣ ହୋଇପାରେ? ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।