ଭାରତ ରତ୍ନ ଡାକ୍ତର. ଆମ୍ବେଦକର ପୁରସ୍କାରରେ ସମ୍ମାନିତ ଅଭିନେତ୍ରୀ ରିଚା ଚଢ଼ା

ମୁମ୍ବାଇ : ଭାରତ ରତ୍ନ ଡାକ୍ତର. ଆମ୍ବେଦକର ପୁରସ୍କାର ୨୦୨୦ରେ ବଲିଉଡ୍ ଅଭିନେତ୍ରୀ ରିଚା ଚଢ଼ାଙ୍କୁ ସମ୍ମାନିତ କରାଯାଇଛି। ଭାରତୀୟ ସିନେମାରେ ତାଙ୍କ ଅବଦାନ ପାଇଁ ନଭେମ୍ବର ୭ରେ ତାଙ୍କୁ ଏହି ବଡ଼ ସମ୍ମାନ ମିଳିଛି। ଏହି ପୁରସ୍କାର ବିତରଣ ଉତ୍ସବରେ କେବଳ ୨୫ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ରାଜ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶ୍ୟାରି ରିଚାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛଥିଲେ। କୋଭିଡ କାରଣରୁ, ଏହି କାର୍ଯ୍ୟ ପାଇଁ କେବଳ ୨୫ ଜଣଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ପୁରସ୍କାର ପାଇ ରିଚା କହିଛନ୍ତି, ‘ମୁଁ ବହୁତ ଖୁସି ଏବଂ ଏହି ସମ୍ମାନ ସବୁବେଳେ ମୋ ହୃଦୟର ଅତି ନିକଟତର ରହିବ। ଜଣେ ଅଭିନେତା, ଯାହାର କେହି ଗଡଫାଦର ନାହିଁ, ତାଙ୍କ ପାଇଁ ପ୍ରତ୍ୟେକ ସଫଳତା ମୂଲ୍ୟବାନ ଏବଂ ପରିଶ୍ରମର ଫଳ ହୋଇଥାଏ। ଏହି ପୁରସ୍କାର ମୋ ସ୍ୱପ୍ନରେ ବାରମ୍ବାର ମୋର ବିଶ୍ୱାସକୁ ଜଗାଉଛି।’

ସେ ଆହୁରି ମଧ୍ୟ କହିଛନ୍ତି, ‘ଜଣେ କଳାକାରଙ୍କ କାର୍ଯ୍ୟ କେବଳ ମନୋରଞ୍ଜନ କରିବା ନୁହେଁ। ସମାଜକୁ ଉନ୍ନତ ଭାବେ ଗଢ଼ିବା ମଧ୍ୟ ଆମ ସମସ୍ତଙ୍କର ଦାୟିତ୍ୱ। ଏହି ବିଜୟ ପାଇଁ ମୁଁ କୃତଜ୍ଞ ଏବଂ ଭବିଷ୍ୟତରେ ଏହା ମୋତେ ଆହୁରି ଭଲ ଭଲ ପ୍ରୋଜେକ୍ଟ କରିବାକୁ ଉତ୍ସାହିତ କରିବ।’